ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାକୁ ମାତ ଦେଇଥିବା ମେଡିକାଲ ଛାତ୍ରୀ ପ୍ଲାଜମା ଦାନ କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ଜଣକ ଏସସିବି ମେଡିକାଲ କଲେଜରେ ପଢ଼ୁଛନ୍ତି। ଏଥିସହିତ ସେ ହେଉଛନ୍ତି ରାଜ୍ୟର ପ୍ରମଥ ମହିଳା ଯିଏକି ପ୍ଲାଜମା ଦାନ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।