ଏମକେସିଜି ମେଡିକାଲ ଓ ଭିମସାରରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ଭିମସାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କରିଛନ୍ତି। ଭିଡିଓ କନଫ୍ରେନ୍ସିଂ ଯୋଗେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ଏମକେସିଜି ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏସସିବି ମେଡିକାଲ, କ୍ୟାପଟେଲ ହସ୍ପିଟାଲ ଓ ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇସାରିଛି। କରୋନା ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା ଟିକା ବାହାରି ନଥିବାବେଳେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ପାଇଁ ପ୍ଲାଜମା ଥେରୋପି କାର୍ଯ୍ୟକାରୀ କରାଯାଇଛି।