ଟିକାବାଲି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ‘ମୋ ସ୍କୁଲ ମୋ କଲେଜ’ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପଦଯାତ୍ରା କରି ଜନସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଟିକାବାଲି ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଜଗନ୍ନାଥ ସାହାଣୀ, ସହଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ ନାୟକ ଓ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡା. ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ ବୃକ୍ଷ ବଞ୍ଚିଲେ ସୃଷ୍ଟି ବଞ୍ଚିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୁପାକ୍ଷ ତ୍ରିପାଠୀ, ସନ୍ତୋଷ ରଥ, ରତନ ଦିଗାଲ, ସୁରଜ ଶାସମଲ, ଜ୍ଞାନରଞ୍ଜନ ଭୋଇ, ସୁଶାନ୍ତ ଭୋଳ ଓ ଅଧ୍ୟାପିକା ଚମ୍ପା ସୋରେନ ପରିଚାଳନା କରିଥିଲେ ।