ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହୋରଣ ପାଇଁ ବିଦ୍ୟାଳୟ କାନ୍ଥରେ ଆଙ୍କିଲେ ଏୟାର ଇଣ୍ଡିଆ ବିମାନ

ମାଲକାନଗିରି,ଏନ୍ଏନ୍ଏସ୍: ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ପ୍ରସାର ଓ ପ୍ରଚାର ପାଇଁ ସରକାର କରୁଛନ୍ତି, ଅନେକ ଯୋଜନା। ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହୋରଣ ଓ ଶିକ୍ଷା ପ୍ରତି ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ଖେଳ କୁଦ ମାଧ୍ୟମରେ ପାଠ ପଢ଼ାଇବା ସହ ବିଭିନ୍ନ ଚିତ୍ର ମାଧ୍ୟମରେ ମଧ୍ୟ ଛାତ୍ରଛତ୍ରାୀଙ୍କୁ ପାଠ ପଢ଼ାଯିବା ସହ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବୁଟିଗୁଡ଼ା ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ କାନ୍ଥରେ ରେଳ ନିର୍ମାଣ କରି ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଆହୋରଣ ପାଇଁ ଚେଷ୍ଟା କରାଯାଇଥିବା ବେଳେ ବର୍ତ୍ତମାନ ସଦର ବ୍ଲକ୍ ଅନ୍ତର୍ଗତ ଚଲାଣଗୁଡା କସ୍ତୁରବା ଗାନ୍ଧି ବିଦ୍ୟାଳୟରେ ବିମାନର ଚିତ୍ର ନିର୍ମାଣ କରାଯାଇଛି। ଏଥିରେ ଏୟାର ଇଣ୍ଡିଆ ଲୋଗୋ ଲାଗିଥିବା ବିମାନ ଚିତ୍ରକୁ ଦେଖିବାକୁ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଭିଡ ଜମୁଛି। ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହି ଅଞ୍ଚଳର ପ୍ରାୟ ଲୋକଙ୍କ ପାଇଁ ବିମାନ ସେବା ସ୍ୱପ୍ନ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ବିମାନ ସମ୍ପର୍କରେ ଜ୍ଞାନ ଦେବା ପାଇଁ ଏଭଳି ଚିତ୍ର ମାଧ୍ୟମରେ ବୁଝାଯାଉଛି। ବିମାନ ସମ୍ପର୍କରେ ସଚେତନତା କରାଇବା ସହ କିଭଳି ଏହା ରହେ, ତାହାର କାର୍ଯ୍ୟଶୈଳୀ ବିମାନପଥ ଓ ଏହି ଦୁଇଯାନର ସେବା ସମ୍ପର୍କରେ ସଚେତନତା କରାଇବା ଉଦ୍ଦେଶ୍ୟରେ ବିଦ୍ୟାଳୟର କିଛି ଆର୍ଥିକ ସହାୟତାରେ ଏଭଳି ପ୍ରୟାସ କରାଯାଇଛି ବୋଲି କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଆଭାରାଣୀ ବିଶ୍ୱାଳ ପ୍ରକାଶ କରିଛନ୍ତି।

ଏହି ବିମାନ ଚିତ୍ର ଅଙ୍କନ ପରେ ଛାତ୍ରଛାତ୍ରୀମାନେ ବିମାନ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବା ପାଇଁ ବ୍ୟଘ୍ର ହେଉଥିବା ସହ ଅନେକ ପ୍ରଶ୍ନ ପଚାରୁଛନ୍ତି। ଆଉ ସମସ୍ତ ପ୍ରଶ୍ନର ଉତର ଦେବା ପାଇଁ ଆମକୁ ମଧ୍ୟ ବହୁତ ଆନନ୍ଦ ମିଳୁଛି। ଯାହା ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜ୍ଞାନ ବିକଶିତ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ଆଗାମୀ ଦିନରେ ବିଦ୍ୟାଳୟରେ କାନ୍ଥରେ ଆହୁରି ଅନେକ ଜାନ ଯଥା ପାଣି ଜାହାଜ, ରକେଟ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯାନର ଚିତ୍ର ଅଙ୍କା ଯାଇ ଛାତ୍ରଛାତ୍ରୀମାନଙ୍କୁ ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି।