ଅବତରଣ ବେଳେ ବିଦ୍ୟୁତ୍ ତାରରେ ଫସି ବିମାନ ଦୁର୍ଘଟଣାଗ୍ରସ୍ତ

ଅଲିଗଡ଼,୨୭ା୮/ଏଜେନ୍ସି: ଉତ୍ତରପ୍ରଦେଶର ଅଲିଗଡ଼ରେ ମଙ୍ଗଳବାର ଏକ ଚାର୍ଟର କମ୍ପାନୀର ବ୍ୟକ୍ତିଗତ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି । ଏହି ସମୟରେ ବିମାନ ଉପସ୍ଥିତ ଥିବା ସମସ୍ତ ୬ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ପୁଲିସ କହିବା ଅନୁସାରେ ବେସରକାରୀ ବିମାନ କମ୍ପାନୀର ବିମାନ ମରାମତି କରିବା ପାଇଁ ଆଜି ଦିଲ୍ଲୀରୁ ଏକ ଇଞ୍ଜିନିୟର ଟିମ୍ ପ୍ଲେନ୍ରେ ଆସୁଥିଲେ । ତେବେ ବିମାନଟି ଅଲିଗଡ଼ର ଧନିପୁର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ସେଠାରେ ଥିବା ବିଦ୍ୟୁତ୍ ତାର ମଧ୍ୟରେ ଫସିଯାଇ ତଳେ ପଡ଼ିଯାଇଥିଲା । ସେହିସମୟରେ ବିମାନରେ ୪ଜଣ ଇଞ୍ଜିନିୟଙ୍କ ସହ ୨ଜଣ ବିମାନ ଚାଳକ ଉପସ୍ଥିତ ଥିଲେ ।