ନୂଆବର୍ଷରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁରତର ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀ ପହିଲାରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବ। ଏହା ସପ୍ତାହରେ ୩ ଦିନ ଚଳାଚଳ କରିବ। ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶ୍ରୀମତୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି ଯେ, ସୁରତରେ ରହୁଥିବା ଓଡ଼ିଆଙ୍କୁ ବିମାନସେବା ଯୋଗାଇ ଦେବାକୁ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସେ ନିବେଦନ କରିଥିଲେ। ତାଙ୍କ ନିବେଦନ ରକ୍ଷା କରି ଏହି ବିମାନ ସେବା ଚାଲୁ କରାଯାଇଥିବାରୁ ସେ ବିଭାଗକୁ ଧନ୍ୟବାଦ ଦେଇଛନ୍ତି।