ପି.କେ ପାଢ଼ୀ କେନ୍ଦ୍ର ସରକାରଙ୍କ ଆସିଷ୍ଟାଂଟ୍ ସଲିସିଟର ଜେନେରାଲ ଭାବେ ନିଯୁକ୍ତି

କଟକ,ଏନ୍‌ଏନ୍‌ଏସ୍‌: ଆଇନଜୀବୀ ପ୍ରସନ୍ନ କୁମାର ପାଢୀଙ୍କୁ କେନ୍ଦ୍ର ସରକାରଙ୍କ ଆସିଷ୍ଟାଂଟ୍ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ମିଳିଛି । ଏ ନେଇ ଆଜି ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ପାଢୀ ୧୯୯୨ରେ ଓକିଲାତି ଜୀବନ ଆରମ୍ଭ କରିଥିବାବେଳେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଏମସିଏଲ, ଇପିଏଫ୍‌, ଏୟାରପୋର୍ଟ ଅଥରିଟି ଭଳି ଅନେକ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ।