କରୋନାରେ ଭାରତୀୟ ସ୍ପିନର ପୀୟୂଷ ଚାୱଲାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଦକ୍ଷ ବୋଲର (ଲେଗ ସ୍ପିନର) ପୀୟୂଷ ଚାୱଲାଙ୍କ ବାପା ପ୍ରମୋଦ କୁମାର ଚାୱଲା ଆଜି କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଏନେଇ ପୀୟୂଷ ତାଙ୍କ ଇନଷ୍ଟାଗ୍ରାମରେ ଶୋକ ବ୍ୟକ୍ତ କରି ସୂଚନା ଦେଇଛନ୍ତି।

ଚଳିତ ଆଇପିଏଲରେ ପୀୟୂଷ ମୁମ୍ବାଇ ଇଣ୍ଡିଆନ ଟିମ ତରଫରୁ ଖେଳୁଥିଲେ। ତାଙ୍କ ବାପାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ମୁମ୍ବାଇ ଇଣ୍ଡିଆନ ଟିମ ତରଫରୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।