ବିଦେଶୀ ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ବିଭିନ୍ନ କୋଇଲା ଖଣି ବନ୍ଦ

ଝାରସୁଗୁଡ଼ା,ଅନଗୁଳ,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ସମସ୍ତ ରାସ୍ତାୟତ ଉଦ୍ୟୋଗଗୁଡ଼ିକୁ ବାହାର କମ୍ପାନୀ ହାତକୁ ଟେକି ଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ବିଭିନ୍ନ ଶ୍ରମିକ ସଂଗଠନ ଦୃଢ଼ ବିରୋଧ କରିଛି। ଏ ନେଇ ଅଖିଳ ଭାରତୀୟ କୋଇଲା ମଜଦୁର ସଙ୍ଘ ପକ୍ଷରୁ ସୋମବାରଏଫ୍‌ଡିଆଇ ବିରୋଧରେ ଝାରସୁଗୁଡା ଜିଲ୍ଲାରେ ଥିବା ସମସ୍ତ କୋଇଲା ଖଣିକୁ ବନ୍ଦ କରାଯାଇଛି। ଏହାକୁ ନେଇ ଝାରସୁଗୁଡାରଇବ– ଭ୍ୟାଲିଲଖନପୁର ଓ ଓରିଏଣ୍ଟ କୋଇଲା ଖଣି କ୍ଷେତ୍ରରେ ଥିବା ସମସ୍ତ ଖଣିରେ ଉତ୍ପାଦନ ବନ୍ଦ କରିବା ସହିତ କୋଇଲାପରବହନକୁ ମଧ୍ୟ ବନ୍ଦ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଯେଉଁ ଶ୍ରମିକ ମାରଣା ନୀତି ବିରୋଧରେ ଖଣି ଶ୍ରମିକ ମଜଦୁରସଂଘ ସ୍ଵର ଉତ୍ତୋଳନ କରିଛନ୍ତି।

ସେହିପରି ସୋମବାର ଭାରତୀୟ ମଜଦୁର ସଙ୍ଘ ତାଳଚେରସ୍ଥିତ ସମସ୍ତ କୋଇଲା ଖଣି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଣି ବନ୍ଦ କରାଯାଇଛି। ଫଳରେ ସବୁ କୋଇଲା ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନି ଘଟୁଛି। ତେବେ ଯଦି ଏ ସମ୍ପର୍କରେ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କାରାଯିବ ବୋଲି ଚେତାବନୀ ଦିଆଯାଇଛି।