ମେ’ ୧୩ ରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସାନି ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେ’ ୧୩ରେ ହେବ ପିପିଲି ଉପନିର୍ବାଚନ। ସେହିପରି ମେ’ ୧୬ରେ ହେବ ଭୋଟ ଗଣତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏପ୍ରିଲ ୧୯ ତାରିଖରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ଏପ୍ରିଲ ୨୬ରେ କେବଳ କଂଗ୍ରେସ ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ। ନୂଆ ପ୍ରାର୍ଥୀ ଦେବ କଂଗ୍ରେସ। ଅନ୍ୟ ପ୍ରାର୍ଥୀଙ୍କ ପୂର୍ବ ନାମାଙ୍କନ ରହିବ। ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଏପ୍ରିଲ୍ ୨୯ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିବ। ମେ’ ୧୮ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସରିବ।