ମା’ ଭଗବତୀ ପାଇପ କାରଖାନା ଉଦଘାଟିତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ହିର୍ମା ପଂଚାୟତ ହରେକୃଷ୍ଣପୁର ଠାରେ ମା ଭଗବତୀ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ରତିଷ୍ଠିତ ପାଇପ କାରଖାନା ଶନିବାର ଉଦଘାଟିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି କାରଖାନକୁ ଉଦଘାଟନ କରିଥିଲେ। ୪ ଏକର ଜମି ତଥା ୮୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି କାରଖାନା ପ୍ରତିଷ୍ଠା କରାଯାଇଛି।

ଝାରସୁଗୁଡା ବାସୀଙ୍କୁ ଉତ୍ତମ ପାଇପ ଯୋଗାଇବା ତଥା ଜିଲ୍ଲାର ଉନନ୍ତିର ଭାଗିଦାରୀ ହେବା ଏହି କମ୍ପାନୀର ମୂଲ ଲକ୍ଷ ବୋଲି କମ୍ପାନୀର ମ୍ୟାନେଜିଙ୍ଗ ଡାଇରେକ୍ଟର ମନୋରଂଜନ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଝାରସୁଗୁଡା ସହରର ଏହି କରଖାନାନରେ ଏଚଡିଏଫଇ ପିଭିସି ପାଇପ ନିର୍ମାଣ କରାଯିବା ସହ ଏଥିରେ ୧୮ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ମିଲିବ। ଏହଗି ଅବସରରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ମାନ୍ୟଗନ୍ୟ ବ୍ୟକ୍ତି ଓ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।