ଟ୍ରକକୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୩୦ ଯାତ୍ରୀ ଆହତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଶେରଗଡ଼- ଖଣ୍ଡାପଡ଼ାରାସ୍ତାରେ ଶନିବାର ଭୋରରେ ଏକ ପଶ୍ଚିମବଙ୍ଗଳାର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକକୁ ବସଟି ପଛପଟୁ ଧକ୍କା ଦେଇଥିବାବେଳେ ଏଥିରେ ଥିବା ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ତୀର୍ଥଯାତ୍ରୀ ବସଟି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ବସଟି ପୁରୀ ଅଭିମୁଖେ ଯାଉଥିଲା। ଭୋରରେ ବସଟି ମେଘାପେଟ୍ରୋଲ୍ ପମ୍ପ୍ ପାଖ ଜାତୀୟ ରାଜପଥରେ ଯାଉଥିବା ବେଳେ ରାସ୍ତା କଡ଼କୁ ଠିଆ ହୋଇଥିବା ଗୋଟାଏ ଟ୍ରକ୍ ପଛରେ ଧକ୍କା ଖାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ନିମନ୍ତେ ସେମାନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାକୁ ପଠାଇଥିଲେ। ଆହତ ଯାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର, ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଧକ୍କା ହେବା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଠିଆ ହୋଇଥିବାଟ୍ରକ୍‌ଟି ମଧ୍ୟ ସେଠାରୁ ଚାଲିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସେ ବସ ଚାଳକଙ୍କମୋବାଇଲ୍‌ ଫୋନ ଜବତ କରି ତଦନ୍ତ ଆରମ୍ଭ କରିଛି।