ଷଣ୍ଢକୁ ବାଡେଇଲା ପିକଅପ୍, ମେଡିକାଲ ନେଲେ ଗାଡି ମାଲିକଙ୍କ ସହ ସ୍ଥାନୀୟ ଲୋକେ

ହାଟଡ଼ିହି,ଏନ୍ଏନ୍ଏସ୍: ହାଟଡ଼ିହି ବ୍ଲକ ଅଣା ନିକଟରେ ଅଭାବନୀୟ ଘଟଣା ଘଟିଛି। ଭଦ୍ରକରୁ ଯୋଡ଼ା ଆସୁଥିବା ଏକ ପିକଅପ୍ ଭ୍ୟାନ ଷଣ୍ଢକୁ ଧକ୍କା ଦେଇଥିଲା। ଗାଡି ନମ୍ବର ରହିଛି ଓଡି-୦୧ୟୁ-୭୯୪୫ । ଘଟଣା ସ୍ଥଳରେ ନନ୍ଦିପଦା ପୋଲିସ ଗାଡିକୁ ଅଟକାଇ ତଥ୍ୟ ସଂଗ୍ରହ କରିଛନ୍ତି। ଷଣ୍ଢଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ମେଡ଼ିକାଲ ନେଇଛନ୍ତି ଗାଡିର ମାଲିକ ସହ ସ୍ଥାନୀୟ ଜନସାଧାରଣ।