ଟାଙ୍ଗିଆରେ ହାଣି ପୂର୍ବତନ ସରପଞ୍ଚକୁ ହତ୍ୟା

ଫୁଲବାଣୀ,କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସାରଙ୍ଗଡ଼ରେ ଆଜି ରାତିରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦)ଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଉକ୍ତ ଗ୍ରାମର ଡ଼େପୁଟି ବିଶୋୟୀ (୪୧) ଓ ସେ ମୃତକଙ୍କର ସମ୍ପର୍କୀୟ ଭାଇ ବୋଲି ଜଣାଯାଇଛି।  ସୂଚନା ଅନୁସାରେ, ଆଜି ସକାଳେ ଡେପୁଟି ବିଶୋୟୀ ଓ ବ୍ରଜରାଜଙ୍କ ମଧ୍ୟରେ ବିଲରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ  ବ୍ରଜଙ୍କୁ ହତ୍ୟା ଧମକ ଦେଇଥିଲା ଡେପୁଟି। ଯୋଜନା ମୁତାବକ ଡେପୁଟି ଆଜି ରାତିରେ ବ୍ରଜରାଜଙ୍କୁ ପାଣି ସମସ୍ୟାରେ କଥାହେବାକୁ ନିଜ ଘରକୁ ଡାକିନେଇ ଏକ ଟାଙ୍ଗିରେ ମୁଣ୍ଡ ଓ ହାତକୁ ହାଣି ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସାରଙ୍ଗନ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।