କରୋନା ଠାରୁ ବୀଜୟ ପାଇବା ପରେ ଅନୁଭୂତି ବାଣ୍ଟିଲେ ୮୧ ବର୍ଷର ବୃଦ୍ଧ

ଫୁଲବାଣୀ,ଇନ୍ଦ୍ରଗଡ଼,ଏନ୍ଏନ୍ଏସ୍:” କରୋନା ଭୂତାଣୁକୁ ବେଖାତିର କରନ୍ତୁ ନାହିଁ। ସାମାନ୍ୟ ଭୁଲରୁ ଭୂତାଣୁ ନିଜ ଦେହକୁ ଆସିପାରେ। ତେବେ ଆମେ ନଡରି ପରିସ୍ଥିତି ସହ ମୁକାବିଲା କରିଲେ ନିଶ୍ଚିତ ଭାବେ କରୋନାଠାରୁ ବିଜୟ ହେବା” । ଏଥିପାଇଁ ଦରକାର ଧୌର୍ଯ୍ୟ ଓ ସାହାସ। ଗତ ୧୫ ଦିନ ଧରି କରୋନା ସହିତ ଲଢି ବିଜୟ ହୋଇଥିବା ଜଣେ ୮୧ ବର୍ଷୀୟ ବ୍ୟକ୍ତି ତାଙ୍କର ଅନୁଭୂତି ପ୍ରକାଶ କରିଛନ୍ତି।
ବୃଦ୍ଧ  ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ତଳ ଇନ୍ଦ୍ରଗଡ଼ର। କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଇନ୍ଦ୍ରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସିତ ବେଳେ ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ରାଇକିଆସ୍ଥିତ କୋଭିଡ କେୟାର ସେଣ୍ଟରରେ ରଖାଯାଇ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା। ଜୁଲାଇ ୪ରେ ତାଙ୍କର ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବାପରେ ପୁଣିଥରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠା ଯାଇଥିଲା। ଏଠାରେ ଚିକିତ୍ସିତ ସମୟରେ  ଦିନକୁ ଦିନ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବାବେଳେ ପୁଣିଥରେ ତାଙ୍କ ସ୍ୱାର୍ବ ନମୁତା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୪ଦିନ ତଳେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।