ଫୁଲବାଣୀ,ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଜଣେ ପୁଲିସ୍ ଅଧିକାରୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ସବଇନ୍ସପେକ୍ଟର। ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାପରେ ଜଣେ ଏବେ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ପୀଡିତା ପୁଲିସ୍ ଅଧିକାରୀ ଜଣକ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନିତୀ ଅବଲମ୍ବନ କରୁଥିବା ଯୋଗୁଁ ସୋମବାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଫେରାଦ ହୋଇଛନ୍ତି।