ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କଲାଭଳି ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ

ରାୟଗଡା,ଏନଏନଏସ : ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ପାଂଚାଲି ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡିବା ସହ ସୋସିଆଲ ମିଡିଆରେ ଭାଇରାଲ କରି ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କଲାଭଳି ଭିଡିଓ ଭାଇରାଲ କରିବା ଅଭିଯୋଗରେ ରାୟଗଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଉକ୍ତ ଯୁବକର ନାମ ଅଗସ୍ତି ଗରଡା । ତା ଘର ଟିକିରି ଥାନା ଅନ୍ତର୍ଗତ ପଞ୍ଚାଲି ଗ୍ରାମରେ ।

ପଞ୍ଚାଲି ଗ୍ରାମର ଅଗସ୍ତି ଗରଡ଼ା ପଞ୍ଚାଲି ଗ୍ରାମର କିଛି ସ୍ଥାନୀୟ ଯୁବକଙ୍କୁ ନେଇ ହିନ୍ଦୁ ଦେବାଦେବୀ ଙ୍କ ଫୋଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହାକୁ ନେଇ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିଆ ସୃଷ୍ଟି ହୋଇଥିଲା ।

ଏହି ଘଟଣାରେ ରାୟଗଡା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କେଶ ନମ୍ବର 345/19,ଅଣ୍ଡର ସେକ୍ସନ 153A,295,295A ,34,120B ଧାରାରେ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ ଏସପି ।