ଟିକା ନ ନେଲେ ‘ଭାରତ’ ଯାଅ ନଚେତ ‘ଆମେରିକା’- ଫିଲିପିନ୍ସ ରାଷ୍ଟ୍ରପତି

ସିଙ୍ଗାପୁର,ଏଜେନ୍ସି: ଫିଲିପିନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୂତେର୍ତେ ସର୍ବଦା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏବେ ସେ କରୋନାର ଦ୍ୱିତୀୟ ଲହରକୁ ଭୟଙ୍କର ବୋଲି ଦର୍ଶାଇବା ସହିତ ଯେଉଁମାନେ ଟିକା ନେଉନାହାନ୍ତି ତାଙ୍କୁ ଗିରଫ କରିବାକୁ ଧମକ ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଯେଉଁମାନେ ଟିକା ନେଉ ନାହାନ୍ତି ସେମାନେ ଆମ ଦେଶ ଛାଡ଼ି ଭାରତ କିମ୍ବା ଆମେରିକା ଯାଆନ୍ତୁ।

ମିଡ଼ିଆ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି କହିଛନ୍ତି କି, ମତେ ଖରାପ ଭାବନି, ଦେଶ ଏକ ମହାମାରୀର ସାମ୍ନା କରୁଛି। ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆମକୁ ଆମର ପ୍ରୟାସକୁ ୩ ଗୁଣା କରିବାକୁ ପଡ଼ିବ। ଯଦି ଆପଣ ଟିକା ନେବାକୁ ଚାହୁଁ ନାହାନ୍ତି, ତେବେ ଆପଣଙ୍କୁ ଗିରଫ ହେବାକୁ ପଡ଼ିବ। ଆମେ ପୂର୍ବରୁ ଅସୁବିଧାର ସମ୍ମୁଖୀନ ହେଉଛୁ ଏବଂ ଆପଣ ଟିକା ନ ନେଇ ବୋଝ ବଢ଼ାଉଛନ୍ତିି।

ଏଥିସହିତ ସେ କହିଛନ୍ତି କି ମତେ ବାଧ୍ୟ କରନାହିଁ, ମୋର ଏପରି କରିବାର କ୍ଷମତା ଅଛି। ହୁଏତ ମୋର ଏଭଳି କରିବା କେହି ପସନ୍ଦ ନ କରନ୍ତି। ଯଦି ଆପଣ ଟିକା ନେବାକୁ ଚାହୁଁନାହାନ୍ତି ତେବେ ଫିଲିପିନ୍ସ ଛାଡ଼ି ଦିଅନ୍ତୁ। ଆପଣମାନେ ଭାରତ କିମ୍ବା ଆମେରିକା ଯାଇପାରନ୍ତି। ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି କି ସେମାନେ ସମସ୍ତେ ଟିକା ନିଅନ୍ତୁ ଓ ଏଠାରେ ସୁରକ୍ଷିତ ରୁହନ୍ତୁ।