ନୂଆପଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ବିଜେପି ତରଫରୁ ଶୁକ୍ରବାର ଖରିଆରରୋଡ ଠାରେ କେନ୍ଦ୍ର ପେଟ୍ରୋଲିୟମ ଦକ୍ଷତା ବିକାଶ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି।


ଆଗାମୀ ୨୧ତାରିଖରେ ହେବାକୁଥିବା ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ଆଜି ମନ୍ତ୍ରୀ ଶ୍ରୀ ପ୍ରଧାନ ଦିଲ୍ଲୀରୁ ବିମାନ ଯୋଗେ ରାୟପୁରରେ ଅବତରଣକରି ସଡ଼କ ମାର୍ଗରେ ଆସି ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଖରିଆରରୋଡ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ଫୁଲମାଳ, ଉପଢୌକନ ଦେଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ସ୍ୱଳ୍ପ ସମୟ ଭିତରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ନିର୍ବାଚନରେ ବିଜେପିକୁ ଲୋକସଭା ଆସନରେ ବିଜୟୀ କରିଥିବାରୁ କଲାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇ ଆଗାମୀ ଦୀପାବଳି ସମୟରେ ପ୍ଲାଷ୍ଟିକ୍ ଜିନିଷ କମ ବ୍ୟବହାର କରିବାକୁ କହିଥିଲେ। ପରେ ସେ ବିଜେପୁର ଅଭିମିଖେ ଯାତ୍ରା କରିଥିଲେ।