ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଓଡ଼ିଆ ପାରାବ୍ୟାଡମିଣ୍ଟନ ଖେଳାଳୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୮ା୮: ବିଶ୍ୱର ୧ନଂ ପାରାବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ କେନ୍ଦ୍ର ପେଟ୍ରୋଲିୟମ, ଇସ୍ସାତ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱର ୨ନଂ ପାରା ବ୍ୟାଡମିଣ୍ଟନ ଖେଳାଳୀ ସୁକାନ୍ତ କଦମଙ୍କୁ ଧର୍ମେନ୍ଦ୍ର ଭେଟିଛନ୍ତି ।
ପ୍ରମୋଦ ଭଗତ ନିକଟରେ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନସିପରେ ଚାମ୍ପିୟନ ହୋଇ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ଫାଇନାଲରେ ବିଶ୍ୱର ତତକାଳୀନ ୨ନଂ ଖେଳାଳୀ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ହରାଇ ଏହି ଟାଇଟେଲ ଜିତିଥିଲେ । ଡବଲ୍ସରେ ମଧ୍ୟ ସେ ସ୍ୱର୍ଣ୍ଣପଦକ ଜିତିଥିଲେ । ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନସିପରେ ଭାରତୀୟ ଦଳ ମୋଟ ୧୨ଟି ପଦକ ଜିତିଥିଲା । ଗତ ୧୯ ତାରିଖରେ କେନ୍ଦ୍ର ସରକାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ସମ୍ପର୍କରେ ଘୋଷଣା କରିଥିଲେ ।