ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା କଣ୍ଟେନ୍ମେଣ୍ଟ ଜୋନରେ ଥିବା ଏକ ପେଟ୍ରୋଲ ପମ୍ପକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ବ୍ରଜରାଜନଗର ବୁଢିଜାମ ଅଞ୍ଚଳରେ ଗତ ୨୯ ତାରିଖରେ ଜଣେ କରୋନା ରୋଗୀ ଚିହ୍ନଟ ହେଲା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଏଥିସହ ଏହି କଣ୍ଟେନମେଣ୍ଟ ଜୋନର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ ଆଦି ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ମାତ୍ର ପ୍ରଶାସନର ନିୟମକୁ ଉଲଂଘନ କରି ବ୍ରଜରାଜନଗର ସାନଜୋବରେ ଥିବା ରାହୁଲ ପେଟ୍ରୋଲ ପମ୍ପ ଖୋଲ ରହିଥିଲା। ଫଳରେ ଲୋକେ ପେଟ୍ରୋଲ, ଡିଜେଲ ନେବା ପାଇଁ ଏଠାରେ ଗହଳି କରୁଥିଲେ। ଖବର ପାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଗୋଲକ ବିହାରୀ ମଙ୍ଗରାଜ ଓ ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦୀ ଘଟଣାସ୍ଥଳକୁ ଯାଇ ଏହି ପେଟ୍ରୋଲ ପମ୍ପକୁ ସିଲ କରିଥିବା ଜଣାପଡ଼ିଛି।