ଚିନ୍ତା ବଢ଼ାଉଛି ତୈଳ ଦର

ମାଲକାନଗିରି,ଏନ୍ଏନ୍ଏସ୍: ସାରା ଦେଶରେ ଏବେ ହୁ ହୁ ହୋଇ ତୈଳ ଦର ବଢ଼ିି ଚାଲିଥିବାବେଳେ ମାଲକାନଗିରି ଜିଲ୍ଲାରେ ତୈଳ ଦର ବେଲଗାମ୍ ହୋଇପଡ଼ିଛି। ରାଜ୍ୟରେ ସବୁଠାରୁ ଅଧିକ ଦରରେ ପେଟ୍ରୋଲ ମାଲକାନଗିରିରେ ବିକ୍ରି ହେଉଛି। ଜିଲ୍ଲା ସଦର ମହକୁମାରେ ଏବେ ପେଟ୍ରୋଲ ଦର ରାଜ୍ୟରେ ସର୍ବାଧିକ ୯୬.୩୧ ରୁ ୯୯.୩୮ ଥିବାବେଳେ ଡିଜେଲ୍ ଦର ୯୩.୨୭ ରହିଛି। ଏଭଳି ସ୍ଥିତିରେ ଗ୍ରାହକ ତେଲ ପକାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି। ତୈଳ ଦର ବଢ଼ିବା ଫଳରେ ଜିଲ୍ଲାରେ ସାଧାରଣ ଖାଉଟିଙ୍କ ପାଇଁ ନାନା ସମସ୍ୟା ଉପୁଜିଛି। ଗାଡ଼ି ଭଡ଼ା ବଢ଼ିବା ସହ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଫଳରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ସ୍ଥାନୀୟ ଲୋକେ ତୈଳ ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।