୪ଦିନରେ କ୍ରମାଗତ ୪ର୍ଥ ଥର ପାଇଁ କମିଲା ପେଟ୍ରାଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ୪ ଦିନରେ କ୍ରମାଗତ ୪ର୍ଥ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର କମିଛି। ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଅଏଲ ମାର୍କେଟିଂ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ରବିବାର ସକାଳ ୬ଟାରେ ଦିଲ୍ଲୀର ପେଟ୍ରୋଲ ଦର ଲିଟର ପିଛା ୭୩.୮୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୬୭.୦୩ ଟଙ୍କା ରହିଥିବା ନେଇ ଇଣ୍ଡିଆନ ଅଏଲ କର୍ପୋରେସନ (ଆଓସି)ରୁ ସୂଚନା ମିଳିଛି।

ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ୧୨ ପଇସା କମିଥିଲା। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୭୯.୫୦ ଓ ଡିଜେଲ ଦର ୭୦.୨୭ ଟଙ୍କା ରହିଥିଲା। ଜୁଲାଇ ପରେ ଏହି ସପ୍ତାହରେ ଅଶୋଧିତ ତୈଳ ଦର ୫ ପ୍ରତିଶତ କମିବା ସବୁଠାରୁ ଅଧିକ ରେକର୍ଡ।

ଗୁରୁବାର ଦେଶର ୪ ମେଟ୍ରା ସହର ଡିଜେଲ ଓ ପେଟ୍ରୋଲ ଦର

ଗୁରୁବାର ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ୍ଲାଜିଜ୍ ବିନ୍ ସଲାମାନ୍ କହିଥିଲେ ଯେ, ଗତ ମାସରେ ଅଶୋଧିତ ତୈଳ ଦର ଉତ୍ପାଦନରେ ସମସ୍ୟା ଦେଖାଦେଇଥିବା ଯୋଗୁଁ ତୈଳ ଦର ଅହେତୁକ ବୃଦ୍ଧି ପାଇଥିଲା।