୩ ରାଜ୍ୟରେ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଥିବାବେଳେ ଗ୍ରୀନ୍ ଓ ଅରେଞ୍ଜ ଜୋନରେ ଅନ୍ତର୍ଭୁକ୍ତ ଜିଲ୍ଲାକୁ କିଛି କାମ ପାଇଁ ଘରୁ ବାହାରକୁ ଯିବାର ଅନୁମତି ଦିଆଯାଇଛି। ପାଖାପାଖି ଦେଢ଼ ମାସ ପରେ ଘରୁ ଗାଡ଼ି ବାହାରୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିଛି। ଇନ୍ଧନରେ ଲାଗୁଥିବା ସେସ୍ ଟ୍ୟାକ୍ସ ଯୋଗୁ ୩ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଯାଇଛି। ନାଗାଲାଣ୍ଡ ଓ ଆସାମରେ ପେଟ୍ରୋଲ ଲିଟର ପିଛା ୬ ଓ ଡିଜେଲ ୫ ଟଙ୍କା ବୃଦ୍ଧି ପାଇଛି। ଏଥି ସହିତ ମେଘାଳୟରେ ମଧ୍ୟ ଟ୍ୟାକ୍ସ ଯୋଗୁଁ ପେଟ୍ରୋଲ, ଡିଜେଲ ଦର ଲିଟର ପିଛା ବୃଦ୍ଧି ହୋଇଛି।