ଲଗାତାର ୧୧ ଦିନରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଗତ କିଛିଦିନ ହେବ ଲଗାତାର ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ହେଉଛି। ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୧ ପଇସା ବୃଦ୍ଧି ହୋଇ ୯୦.୧୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୩୩ ପଇସା ବୃଦ୍ଧି ହୋଇ ୮୦.୬୦ ଟଙ୍କାରେ ପହଞ୍ଚିଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୬.୬୨ ଟଙ୍କାକୁ ଛୁଇଁଥିବା ବେଳେ ଡିଜେଲ ଲିଟର ପିଛା ୮୭.୬୭ ଟଙ୍କାରେ ପହଞ୍ଚିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୧.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୪.୧୯ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨.୨୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୫.୬୩ ଟଙ୍କା ରହିଛି।

ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୯୧.୩୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୨୮ ଟଙ୍କାରେ ପହଞ୍ଚିଛି। ଅପର ପକ୍ଷରେ ରାଜସ୍ଥାନ, ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ଶହେ ଟଙ୍କା ପାର ହୋଇଛି।