ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ପୁଣି ମହଙ୍ଗା ହେଲା ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ। ଲିଟର ପିଛା ୩ଟଙ୍କା ବୃଦ୍ଧି ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଉତ୍ପାଦନ ଶୁଳ୍କ, ଭାଟ୍ ଏବଂ ଡିଜେଲ କମିଶନ ସାମିଲ ହୋଇଥାଏ। ତେବେ ଉତ୍ପାଦନ ଶୁଳ୍କ ବୃଦ୍ଧି ହୋଇଥିଲେ ହେଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ପରିବର୍ତ୍ତନ ଘଟିବ ନାହିଁ। ଅନ୍ୟପଟେ ସରକାର ଉତ୍ପାଦକ ଶୁଳ୍କ ବୃଦ୍ଧି କରିଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ ସତ୍ତେ୍ୱ ଗ୍ରାହକଙ୍କୁ ଏହାର ବିଶେଷ ଫାଇଦା ମିଳିବ ନାହିଁ।
ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୭୦ ଟଙ୍କା ଥିବାବେଳେ ଶନିବାର ୬୯.୮୭ ଟଙ୍କା ରହିଛି। ସେହିପରି ଗତ ଶୁକ୍ରବାର କଲକାତାରେ ପେଟ୍ରୋଲ ୭୨.୭୦ ଟଙ୍କା, ମୁମ୍ବଇରେ ୭୫.୭୦ ଟଙ୍କା ଏବଂ ଚେନ୍ନାଇରେ ୭୨.୭୧ ଟଙ୍କା ଥିଲା। ଶନିବାର କଲକାତାରେ ପେଟ୍ରୋଲ ୭୨.୫୭ ଟଙ୍କା, ମୁମ୍ବଇରେ ୭୫.୫୭ ଟଙ୍କା ଓ ଚେନ୍ନାଇରେ ୭୨.୫୭ ଟଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଶୁକ୍ରବାର ୬୨.୭୪ ଟଙ୍କା ଥିବାବେଳେ ଶନିବାର ତାହା ୬୨.୫୮ ଟଙ୍କା ହୋଇଛି।