ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶୃତି- ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମିବ

ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ ଫେବୃଆରୀରେ କରୋନା ମହାମାରୀ ଦେଶରେ ବ୍ୟାପିବା ଆରମ୍ଭ କରିଥିବା ବେଳେ ମାର୍ଚ୍ଚରେ ସରକାରଙ୍କୁ ଲକଡାଉନର ଘୋଷଣା କରିବାକୁ ପଡ଼ିଥିଲା। ଫଳରେ ସାଧାରଣ ଲୋକର ବଜେଟ ପ୍ରଭାବିତ ହୋଇଥିଲା। ଏହା ପରେ ଦେଶର ଅର୍ଥନୀତି ବହୁ ତଳକୁ ଖସିଆସିଥିଲା। ଏନେଇ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବଢ଼ିଯାଇଛି। ଏହି ମାମଲାରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ବୟାନ ଜାରି କରିଛନ୍ତି।

ଗଣମାଧ୍ୟମରେ କହିଛନ୍ତି କି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ତେଣୁ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର କମୁଛି। ଆଗାମୀ ଦିନରେ ଏହି ଦର ଆହୁରି କମିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।