ଏକେ-୨୦୩ ରାଇଫଲ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,ଏଜେନ୍ସି: ରୁଷର କାରିଗରୀକୌଶଳ ସହାୟତାରେ ଉତ୍ତରପ୍ରଦେଶର ଆମେଥିଠାରେ ପ୍ରସ୍ତାବିତ ୫୧୦୦ କୋଟି ଟଙ୍କାର ଏକେ-୨୦୩ ରାଇଫଲ ନିର୍ମାଣ ପ୍ରକଳ୍ପକୁ କେନ୍ଦ୍ର ସରକାର ଶନିବାର ମଞ୍ଜୁରୀ ଦେଇଛନ୍ତି। ଏହି କାରଖାନାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଏକେ-୨୦୩ ରାଇଫଲ ନିର୍ମାଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୬ରେ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଭାରତ ଗସ୍ତରେ ଆସୁଥିବାବେଳେ ଦୁଇ ଦେଶ ମଧ୍ୟରେ ପୂର୍ବରୁ ରହିଆସିଥିବା ସାମରିକ ସମ୍ପର୍କ ଏହାଦ୍ୱାରା ମଜଭୁତ ହେବ ବୋଲି କୁହାଯାଇଛି। ଇଣ୍ଡୋ-ରଶିଆନ୍ ରାଇଫଲ୍‌ସ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଏହାରୂ ପରିଚାଳନା ଦାୟିତ୍ୱରେ ରହିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।