ଆଗାମୀ ସପ୍ତାହରୁ ଲୋକଙ୍କୁ ମିଳିବ ଋଷର ସ୍ପୁଟନିକ୍-ଭି ଭ୍ୟାକ୍ସିନ

ନୂଆଦିଲ୍ଲୀ: ଦେଶକୁ ଆଉ ଏକ ଭ୍ୟାକ୍ସିନ ଖୁବଶୀଘ୍ର ମିଳିଯିବ। ନୀତି ଆୟୋଗର ସଦସ୍ୟ ଡା.ବିକେ ପାଲ କହିଛନ୍ତି ଯେ, ଆଗାମୀ ସପ୍ତାହରୁ ଲୋକଙ୍କୁ ଋଷର ସ୍ପୁଟନିକ୍-ଭି ଟିକା ଲଗାଯିବ। ଆଉ ଜୁଲାଇ ସୁଦ୍ଧା ଏହି ଭ୍ୟାକ୍ସିନର ଉତ୍ପାଦନ ଭାରତରେ ଆରମ୍ଭ ହେବ।

ଡା.ବିକେ ପାଲ ଆହୁରି କହିଛନ୍ତି ଯେ, ସ୍ପୁଟନିକ ଭ୍ୟାକ୍ସିନ ଭାରତରେ ପହଂଚିଯାଇଛି। ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ ବୋଲି କହି ମୋତେ ଖୁବ୍ ଖୁସି ଲାଗୁଛି। ଋଷରୁ ଆସିଥିବା ଏହି ଭ୍ୟାକ୍ସିନ ଆଗାମୀ ସପ୍ତାହରୁ ସୀମିତ ଆକାରରେ ବିକ୍ରି ଆରମ୍ଭ ହେବ ବୋଲି ଆମେ ଆଶା କରୁଛୁ। ଏଥିସହିତ ଏଫଡିଏ ଓ ଡବ୍ଲ୍ୟୁଏଚଓ ଯେଉଁ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସେହି କମ୍ପାନୀ ମଧ୍ୟ ଭାରତ ଆସିପାରେ।