ମମତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଭୟଙ୍କର ଆକ୍ରୋଶ ରହିଛି : ଅମିତ ଶାହ

ପଶ୍ଚିମବଙ୍ଗ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ଅବସରରେ ୨ ଦିନ ପାଇଁ ପଶ୍ଚିମବଙ୍ଗ ଗସ୍ତ କରି ବାଂକୁରାରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଶାହ କହିଛନ୍ତି ଯେ, ଗୋଟିଏ ପଟେ ମମତାଙ୍କ ବିରୋଧରେ ଲୋକଙ୍କର ଭୟଙ୍କର ଆକ୍ରୋଶ ନଜର ଆସୁଥିବାବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଶ୍ରଦ୍ଧା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ବାରି ହେଉପଡ଼ିଛି କି, ବଙ୍ଗଳାରେ ମୋଦୀଙ୍କ ନେତୃତ୍ୱରେ ହିଁ ପରିବର୍ତ୍ତନ ଆସିପାରେ।

ଅମିତ ଶାହ ଆହୁରି କହିଛନ୍ତି ଯେ, ଗରିବ, ଦଳିତ, ଆଦିବାସୀ ଓ ପଛୁଆଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭାରତ ସରକାରଙ୍କ ୮୦ ପ୍ରତିଶତରୁ ଅଧିକ ଯୋଜନା ମମତା ସରକାର ରୋକି ଦେଇଛନ୍ତି। ମୋଦି ଜୀ ଯେଉଁ ଟଙ୍କା ପଠାଉଛନ୍ତି ତାକୁ ଲୋକଙ୍କ ପାଖରେ ପହଂଚାଇବାକୁ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି।