ବାଲିସାହି ବସ୍ତି ଭଙ୍ଗାରୁଜା ନେଇ ଲୋକେ ଉତ୍ତ୍ୟକ୍ତ, ପୋଲିସକୁ ଆକ୍ରମଣ ଅଭିଯୋଗରେ ୬୭ ଜଣ ଗିରଫ

କଟକ,ଏନ୍ଏନ୍ଏସ୍: କଟକରେ କାଳବୈଶାଖୀ ବର୍ଷା ପବନରେ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭାଙ୍ଗିଯିବା ଘଟଣାରେ ଲୋକେ ଉତ୍ତ୍ୟକ୍ତ ହୋଇ ପୁଲିସକୁ ଆକ୍ରମଣ କରିଥିବା ଜଣାପଡିଛି।

କଟକ ମହାନଗର କର୍ମଚାରୀ ଓ ପୁଲିସ ଉପରେ ଆକ୍ରମଣ ସହିତ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଅଭିଯୋଗରେ ମଧୁପାଟଣା ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ୧୫ ଜଣ ମହିଳା ଅଛନ୍ତି। ୬୭ ଜଣଙ୍କ ନାଁରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି।

ନିକଟରେ ହୋଇଥିବା କାଳବୈଶାଖୀ ଜନିତ ବର୍ଷା ପବନରେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଣ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା। ପରେ ସେଠାରେ ସିଏମସି ଓ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଯାହାକୁ ଲୋକେ ବିରୋଧ କରିବା ସହ ପୁଲିସ ଓ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଏହି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ କିଛି ଆକ୍ରମଣକାରୀଙ୍କୁ ଗିରଫ କରିଛି।