କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତରେ ହିତାଧିକାରୀଙ୍କୁ ଦିଆଯାଉଥିବା ଭତ୍ତା ବଣ୍ଟନରେ ଅନିୟମିତତା ହେତୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧକାରୀଙ୍କୁ ମାର୍ଚ୍ଚ ୩୧ ସୁଧା ଅଗ୍ରୀମ ତିନି ମାସର ଭତ୍ତା ଦେବା ନିମନ୍ତେ ଧାର୍ୟ୍ୟ କରାଯାଇଥିଲା । କିନ୍ତୁ ମାର୍ଚ୍ଚ ମାସ ଓ ଅଗ୍ରୀମ ତିନି ମାସର ଭତ୍ତା ଦିଆଯାଇନଥିବା ଅଭିଯୋଗରେ ନାକାମାମୁଡ଼ି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ରବି ଗୋଲପେଦାଙ୍କୁ ନିଲମ୍ବନ କରାଯାଇଥିବା ବିଡ଼ିଓ ଦାଶରଥି ସରାବୁ ସୂଚନା ଦେଇଛନ୍ତି । ନିଲମ୍ବନ ପରେ ବର୍ତ୍ତମାନ ରବି ଗୋଲପେଦାଙ୍କ ପରିବର୍ତ୍ତେ ଦେବେନ୍ଦ୍ର ନାଥ ନାୟକଙ୍କୁ ପଞ୍ଚାୟତର ଦାୟିତ୍ଵ ପ୍ରଦାନ କରାଯାଇଥିବା କୋରୁକୋଣ୍ଡା ବିଡ଼ିଓ ସୂଚନା ଦେଇଛନ୍ତି ।