ମାଜିଷ୍ଟ୍ରେଟ ଓ ବିଡିଓଙ୍କ ଉପସ୍ଥିତିରେ ଖୋଲାଗଲା ପିଇଓ ସ୍ମିତାରାଣୀଙ୍କ ଆଲମିରା

ଯାଜପୁର,ଏନ୍ଏନ୍ଏସ୍: ପିଇଓ ସ୍ମିତାରାଣୀ ମାମଲାର ଅଧିକ ତଦନ୍ତ ପାଇଁ ଆଜି ତାଙ୍କ ସରକାରୀ ବାସଭବନରେ ଥିବା ଖୋଲାଯାଇଛି । ମାଜିଷ୍ଟ୍ରେଟ, ବିଡିଓ ଓ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳଙ୍କ ଉପସ୍ଥିତିରେ ଏହି ଆଲମିରା ଖୋଲାଯାଇଛି। ଏହି ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଅଛନ୍ତି ।

ଅପରପକ୍ଷରେ ସ୍ମିତାରାଣୀଙ୍କୁ ନ୍ୟାୟ ଦାବିରେ ବିଜେପି ବିଧାୟକମାନେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ବିଧାନସଭା ଗୃହରେ ଅନୁଷ୍ଠିତ ଶୀତକାଳୀନ ଅଧିବେଶନକୁ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ ।