ଭିଏଲଡବ୍ଲୁଙ୍କ ମୃତ୍ୟୁ ଘଟଣାରେ ୫ ଅଟକ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୪ଦିନ ବିତିଥିଲେ ମଧ୍ୟ ପୁଲିସର ତଦନ୍ତ ଶେଷ ହୋଇନାହିିଁ। ଏ ନେଇ ପୁଲିସ ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏ ନେଇ ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଅନ୍ୟପଟେ ଏହି ହତ୍ୟାକୁ ନେଇ ରାଜନୀତି ହେଉଥିବା ମଧ୍ୟ ଦେଖାଯାଇଛି। ଝିଅକୁ ହତ୍ୟା କରାଯାଇଥିବା ବାପା ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ବିଜେପି ଓ କଂଗ୍ରେସର ଏକ ତଥ୍ୟ ସଂଗ୍ରହକାରୀ ଦଳ ଗତକାଲି ସ୍ମିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଦଳ ଆନ୍ଦୋଳନ କରିବ ବୋଲି ବିଜେପି କହିଛି । ସେହିପରି କଂଗ୍ରେସ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ବିଜେପି ନେତା ପ୍ରକାଶ ମିଶ୍ର ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି।