ପେନଚାକ ସିଲଟ ଚାମ୍ପିଅନସିପ ଆରମ୍ଭ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ମଙ୍ଗଳ ବଜାରସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଦ୍ୱିତୀୟ ପୂର୍ବାଂଚଳଜୋନାଲ ପେନଚାକ ସିଲାଟ ଚମ୍ପିଆନସିପ ଶନିବାର ଆରମ୍ଭ ହୋଇଛି। ଏଥିରେ ଓଡିଶା, ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡର ୨୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଉଦଯାପନୀ ସମାରୋହରେ ମୁଖ୍ୟବକ୍ତା ତାପସ ରାୟ ଚୌଧୁରୀ କହିଛନ୍ତି ବର୍ତ୍ତମାନ ଯୁଗରେ ଆତ୍ମରକ୍ଷା କୌଶଳ ଜାଣିବା ପ୍ରତ୍ୟେକ ମଣିଷ ପାଇଁ ଅପରିହାର୍ଯ୍ୟ ହୋଇସାରିଲାଣି। ଏବଂ ଆତ୍ମରକ୍ଷା କୌଶଳର ଶିକ୍ଷା ପାଇଁ ସମସ୍ତ ଯୁବପିଢିକୁ ଏହି ପ୍ରତିଯୋଗୀତା ଉତ୍ସାହିତ କରିବ ବୋଲି କହିଛନ୍ତି।

ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓସଏପି ୨ୟ ବଟାଲିୟନର ଓପିସି କମାଣ୍ଡେଣ୍ଟଆଶିଷ କୁମାର ଦୁବେ, ଓଡିଶା ଏଥଲେଟିକ ଏସେସିଏସନର ଉପସଭାପତିତାପସ ରାୟ ଚୌଧୁରୀ, ଓଡିଶା କ୍ରିକେଟ ଏସୋସିଏସନର ଯୁଗ୍ମ ସେକ୍ରେଟାରୀ ଏନଟିପିସିର ଏଜିଏମ କେଏମ ପୃଷ୍ଟି, ବ୍ରଜରାଜନଗର ଶିକ୍ଷା ନିକେତନର ପ୍ରିନସିପାଲ ପିକେ ନାଏକ, ୟଙ୍ଗଷ୍ଟାର ଚେରିଟେବୁଲ ଟ୍ରଷ୍ଟର ସଭାପତି ଅରବିନ୍ଦ ବାରିକ ଡିଏଭି ପବ୍ଲିକ ସ୍କୁଲ ଅଧ୍ୟକ୍ଷ ପିକେ ପଣ୍ଡା, ପେନଚାକ ସିଲାଟ ଏସୋସିଏସନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପା, ସଭାପତି ସୁରଜ ଲାମା, ଉପସଭାପତି ରବିନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।