ରାସ୍ତାରେ ଧାନଗଛ ପୋତିଲେ ଅସନ୍ତୁଷ୍ଟ ଗ୍ରାମବାସୀ

ମହାକାଳପଡ଼ା,ଏନ୍ଏନ୍ଏସ୍: ଦୀର୍ଘଦିନ ଧରି ରସ୍ତାକାମ ହେଉନଥିବାରୁ ଲୋକମାନେ ଆଜି ରାସ୍ତାରେ ଧାନଗଛ ପୋତି ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ମହାକାଳପଡ଼ା ବ୍ଲକ୍ର ଓଳିହା ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଉକ୍ତ ରାସ୍ତାରେ ବର୍ଷା ଦିନେ ପାଣି ଜମି ରହୁଥିବାରୁ ଗ୍ରାମବାସୀମାନେ ଯାତାୟାତ କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପଟେ ଉକ୍ତ ରାସ୍ତାଦେଇ ଦୈନନ୍ଦିନ ସ୍କୁଲକୁ ପିଲାମାନେ ପାଠ ପଢ଼ିବାକୁ ଯାଇଥାନ୍ତି। ତେବେ ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଆଜି ଗ୍ରାମବାସୀମାରେ ରାସ୍ତାରେ ଧାନ ତଳି ରୋଇ ଅଭିନବ ଉପାୟରେ ରାସ୍ତା ଅବରୋଧ କରିଥିଲେ।

ପରେ ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସ ଓ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାଇଥିଲେ। ପରେ ପରସ୍ଥିତି ନିୟନ୍ତ୍ରୀତ ହୋଇଥିଲା। ତେବେ ତୁରନ୍ତ ରାସ୍ତା ମରାମତି କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।