ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଉଥିବା ପେଡଲର ଗିରଫ

ମୁମ୍ବାଇ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଟିମ୍ ଗୋଆରେ ଆଣ୍ଟି-ନାରକୋଟିକ୍ସ ଅଭିଯାନ ଚଲାଇ ୨ଜଣ ବିଦେଶୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଉଥିଲା। ଏନସିବି ଟିମ୍ ମାର୍ଚ୍ଚ ୭ ଓ ୮ ତାରିଖରେ ଗୋଆର ବିଭିନ୍ନ ଜାଗାରେ ରେଡ୍ ମାରବା ପରେ ଏହି ୩ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ, ରେଡ୍ ସମୟରେ ଏଲସୀଡୀର ୪୧ ବୋଲ୍ଟ, ୨୨ଗ୍ରାମ କୋକିନ, ୨୮ଗ୍ରାମ ଚରସ, ୧ କିଲୋରୁ ଅଧିକ ଗଂଜେଇ, ୧୦ଗ୍ରାମ ଧଳା ପାଉଡର ସହ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି। ଏଥିସହିତ ଜଣେ ବଡ଼ ଡ୍ରଗ ମାଫିଆ ହେମନ୍ତ ସାହାକୁ ଏନସିବି ଗିରଫ କରିବାରେ ସଫଳ ହୋଇଥିଲା। ଏହି ଡ୍ରଗ ମାଫିଆ ଲୋକଙ୍କୁ ବଡ଼ ଆକାରରେ ଡ୍ରଗ୍ସ ଯୋଗାଉଥିଲା। ଏଥିସହିତ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ବହୁବାର ଡ୍ରଗ୍ସ ଯୋଗାଇଛି।