କଟକ,ଏନ୍ଏନ୍ଏସ୍: ଶେଷହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଥିବା କହିଲେ ବୋର୍ଡ଼ ସଭାପତି। ପ୍ରଶ୍ନପତ୍ର ସୁରକ୍ଷା ଠାରୁ ଆରମ୍ଭ କରି ପରୀକ୍ଷା ଶେଷ ପର୍ଯ୍ୟନ୍ତ ସବୁକିଛି ଶୃଙ୍ଖଳିତ ଭାବେ ହୋଇଛି। ଅନ୍ୟପଟେ କିଛି ବିଷୟରେ ସିଲାବସ୍ ବାହାରୁ ପ୍ରଶ୍ନ ପଡିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।
ଗଣିତ, ଇଂରାଜୀ ଓ ସାମାଜିକ ବିଜ୍ଞାନ ବିଷୟରେ ସିଲାବସ୍ ବାହାରୁ ପ୍ରଶ୍ନ ପଡିଥିବା ଅଭିଯୋଗ ହୋଇଥିଲା। ତେବେ ଏଭଳି ଘଟଣାକୁ ବୋର୍ଡ କର୍ତ୍ତୃପକ୍ଷ ସ୍ବୀକାର କରିବା ସହ ସେନେଇ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଆସନ୍ତା ୨୦ କିମ୍ବା ୨୧ ତାରିଖରୁ ମୂଲ୍ୟାୟନ ପକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରମାଶିଷ ହାଜରେ ସୂଚନା ଦେଇଛନ୍ତି।