ଭୁବନେଶ୍ୱର: କରୋନା ଭାଇରସ ବିଶ୍ୱରେ ଅକଳ୍ପନୀୟ କ୍ଷତି ଘଟାଇଛି। ଏଥିରେ ସମଗ୍ର ବିଶ୍ୱବସୀ ପ୍ରଭାବିତ ହୋଇଛନ୍ତି। ଏହାର ପ୍ରତିରୋଧ ପାଇଁ ଲକଡାଉନ ହେଉଛି ଏକମାତ୍ର ବିକଳ୍ପ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ସରକାରଙ୍କ ଆଦେଶକୁ ଶୁଣନ୍ତୁ, ବାହାରକୁ ଯାଆନ୍ତୁ ନାହିଁ। ଯଦି ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବ ତେବେ ସତର୍କତା ଅବଲମ୍ବନ କରନ୍ତୁ। ଏହି ଭୂତାଣୁ ହୁଏତ ହଜାର ହଜାର ଲୋକଙ୍କ ଜୀବନ ନେଇଥାଇ ପାରେ କିନ୍ତୁ ଏହା ମାନବ ଜାତିର ଆତ୍ମା, କରୁଣା ଓ ସହାନୁଭୂତି ମାରିପାରିବ ନାହିଁ। ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଲକଡାଉନ୍ ସମୟରେ ଗରିବ ଲୋକ ଅନାହାରରେ ମୃତ୍ୟୁମୁଖରେ ନ ପଡ଼ନ୍ତୁ। ଏହାସହ ପକ୍ଷୀ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦେବା ମଧ୍ୟ ଜରୁରୀ। ସରକାରଙ୍କ ଅନୁରୋଧକ୍ରମେ ଯଥାସମ୍ଭବ ସହାୟତା ପ୍ରଦାନ କରନ୍ତୁ।