‘ପେଟିଏମ୍ ମିନି ଆପ୍ ଷ୍ଟୋର’ ଲଞ୍ଚ : ଗୋଟିଏ ଆପରୁ ପାଇପାରିବେ ଅନେକ ଆପର ସୁବିଧା

ନୂଆଦିଲ୍ଲୀ: ପେମେଣ୍ଟ ଆପ୍ ପେଟିଏମ୍ ଉପଭୋକ୍ତାଙ୍କ ସୁବିଧା ପାଇଁ ‘ମିନି ଆପ୍ ଷ୍ଟୋର’ ଲଞ୍ଚ କରିଛିି। ଏହି ଗୋଟିଏ ଆପ୍ ମଧ୍ୟରେ ୩୦୦ରୁ ଅଧିକ ଆପ୍ ମିଳିପାରିବ। ଏହାର ଅର୍ଥ ଏହି ଆପକୁ ଡାଉନଲୋଡ କରିବା ପରେ ଆଉ ଫୋନରେ ଅଧିକ ଆପ୍ ରଖିବାର ଆବଶ୍ୟକତା ପଡ଼ିବ ନାହିଁ।

ପେଟିଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଶେଖର ଶର୍ମା କହିଛନ୍ତି ଯେ, ‘ପେଟିଏମ୍ ମିନି ଆପ୍ ଷ୍ଟୋର ଆମ ଯୁବ ଭାରତୀୟ ଡେଭଲପର୍ସଙ୍କୁ ନୂଆ ଅଭିନବ ସେବା ନିର୍ମାଣ କରିବାକୁ ପ୍ରେତ୍ସାହିତ କରିବ। ପେଟିଏମ୍ ଉପଭୋକ୍ତାଙ୍କ ପାଇଁ ଏହା ଏକ ସହଜ ଅନୁଭବ ହେବ। ଏହାଦ୍ୱାରା ସେମାନଙ୍କୁ ଆଉ ଏମ ଭିନ୍ନ ଆପ ଡାଉନଲୋଡ କରିବାକୁ ପଡ଼ିବନି।’

ସୂଚନାଯୋଗ୍ୟ, ପେଟିଏମ୍ ମିନି ଆପରେ ଡୋମିନୋସ, ଫେଶମେନ୍ୟୁ, ନେଟମେଡ, ରେପିଡୋ ଭଳି ଅନେକ ଆପ୍ ଏକାସହିତ ମିଳିବ। କମ୍ପାନୀ ବୀଟା ଭର୍ସନ ମଧ୍ୟରେ ଏହି ଆପରେ ୧୨ ମିଲିୟନ ଭିଜିଟର୍ସ ହୋଇସାରିଲେଣି।