ପବନ ଗୁପ୍ତାର ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍ କୋର୍ଟରେ ଆବେଦନ କରିଥିବା ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ । ସେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲା । ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ବି ଖାରଜ କରିବାକୁ ଆବେଦନ କରିଥିଲା ପବନ ଗୁପ୍ତା । ଫାଶୀ ଟାଳିବାକୁ ସେ ଏଭଳି ପ୍ରୟାସ କରିଥିବା କୁହାଯାଉଛି । କିନ୍ତୁ ପରିଶେଷରେ ପବନର ପିଟିସନ୍ କୁ ଖାରଜ କରାଯାଇଛି ।