ପଙ୍ଖା ମୂଲ୍ୟରେ କୁଲର ଦେବ ପାଟ୍ରିଅଟ୍

ଭୁବନେଶ୍ୱରଏନ୍ଏନ୍ଏସ୍: ପାଟ୍ରିଅଟ୍ ଷ୍ଟାବଲାଇଜର, ଏୟାର କୁଲର, ଫର୍ଣ୍ଣିଚର ଏବଂ ଏଲ୍ଇଡି ଉତ୍ପାଦନରେ ସ୍ୱତନ୍ତ୍ରତା ବଜାୟ ରଖିଥିବା ରାଜପଥ ଗ୍ରୁପ୍ ଏହାର ନୂତନ ସିରିଜ୍ ‘ପାଟ୍ରିଅଟ୍ ଫାରାଟା ଏୟାର କୁଲର୍’ର ଶୁଭାରମ୍ଭ କରିଛି। ଏହି ପୁରାତନ କମ୍ପାନୀ ସ୍ୱଳ୍ପ ବେତନଭୋଗୀ ଲୋକଙ୍କ ନିକଟରେ ପହଞ୍ଚିପାରିବା ସହ ସେମାନଙ୍କୁ ସୁହାଇଲା ଭଳି ମୂଲ୍ୟରେ ଉତ୍ତମ ସେବା ପ୍ରଦାନ କରିବ ବୋଲି ଲକ୍ଷ୍ୟ ରଖିଛି।

ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଉତ୍ପାଦ ‘କୁଲର୍ ଫର୍ କମନ୍-କୁଲର୍ ଫର୍ ଏଭ୍ରିୱାନ୍’ର ମୂଲ୍ୟ ଏକ ଫ୍ୟାନ୍ର ମୂଲ୍ୟ ସହ ସମାନ ହେବ ବୋଲି ଜଣାପଡ଼ିଛି। ପାଟ୍ରିଅଟ୍ ଏହାର ଗ୍ରାହକମାନଙ୍କ ବିଶ୍ୱାସକୁ ଅକ୍ଷୁଣ୍ଣ ରଖିବା ସହ ସେମାନଙ୍କୁ ଅଧିକରୁ ଅଧିକ ଉତ୍ତମ ସେବା ପ୍ରଦାନ କରିବା ନେଇ ଏହାର ପ୍ରୟାସ ଜାରି ରଖିଛି ବୋଲି ଏହାର ମାଲିକ ତଥା ମ୍ୟାନେଜିଂ ଡାଇରେକ୍ଟର ପୀୟୂଷ ଗୁପ୍ତା କହିଛନ୍ତି। ଏହି ଅବସରରେ ଏହାର କନ୍ସଲ୍ଟାଣ୍ଟ ଜନ୍ ଡାନିଏଲ୍ ମଧ୍ୟ ଉପସ୍ଥିତ ଥିଲେ।