ପାଟଣାଗଡ଼,ଏନ୍ଏନ୍ଏସ୍: କରେନା ଭୂତାଣୁ ପାଇଁ ସମଗ୍ର ଦେଶରେ ଲକଡାଉନ ହୋଇ ଥିବାରୁ ସମସ୍ତ ଦୋକାନ ବଜାର ସହ ହୋଟେଲ ବନ୍ଦ ରହିଛି। ଫଳରେ ଗରିବ ଅସହାୟ ଲୋକେ ଖାଇବାକୁ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ଗାଈ ଗୋରୁ ମଧ୍ୟ ଭୋକ ଉପାସରେ ରହୁଥିବା ଦେଖାଦେଇଛି। ଫଳରେ ସହରର କିଛି ସମାଜସେବୀ ଭାତ ଓ ଡାଲମା ରାନ୍ଧି ସ୍ଥାନୀୟ ପୁଲିସର ସହାୟତାରେ ଅସହାୟ ଲୋକଙ୍କୁ ଖାଇବାକୁ ଦେଇଥିଲେ। ସେହିପରି ଗାଈ ଗୋରୁଙ୍କୁ ମଧ୍ୟ ଖାଦ୍ୟ ପରିବେଷଣ କରିଥିଲେ।