ରିକ୍ସାବାଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟିଲେ ପାଟଣାଗଡ଼ର ପୂର୍ବତନ ବିଧାୟକ 

ପାଟଣାଗଡ଼,ଏନ୍ଏନ୍ଏସ୍: ବର୍ତ୍ତମାନ ସାରା ଦେଶରେ କୋରନା ଭୂତାଣୁ ସଂକ୍ରମଣ ଯୋଗୁଁ ସରକାର ଲକଡାଉନ ଦିନକୁ ଦିନ ବୃଦ୍ଧି କରୁଛନ୍ତି। ଫଳରେ ଗରିବ ଜନସାଧାରଣ ବେରୋଜଗାର ହୋଇଯାଇଥିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପାଟଣାଗଡ଼ର ରିକ୍ସାବାଲାମାନେ ମଧ୍ୟ ଏହି ଲକଡାଉନରେ କୌଣସି କାମ ପାଇନାହାନ୍ତି। ଏ ନେଇ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ୬୫ ଜଣଙ୍କୁ ଚାଉଳ, ଡାଲି, ଆଳୁ, ସାବୁନ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି।

ଏହି ସମୟରେ  ବିଜେପିର ପ୍ରବୋଧା ପାଣିଗ୍ରାହୀ, ନନ୍ଦନ ଠାକୁର, ମୁନା ମହାନ୍ତି ଓ ଅଲୋକ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।