କୋରୋନା ପାଇଁ ଜିଲ୍ଲା ରେଡ଼କ୍ରସ ତରଫରୁ ପଟଣାଗଡ଼ରେ ସଚେତନା କାର୍ଯ୍ୟକ୍ରମ

ପଟଣାଗଡ଼,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସ ସଂକ୍ରମଣ ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନଭାବେ ଉଭା ହୋଇଛି । ଏହି ମହାମାରୀର କୌଣସି ଔଷଧ ମଧ୍ୟ ନାହିଁ । ଏହି ମହାମାରୀ ରୋଗଠୁ ଦୁରେଇ ରହିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାଇତ୍ୱବାନ ଓ ସଚେତନ ହେବାକୁ ପଡିବ । ସାମାଜିକ ଜନସମାଗମରେ ଲୋକଙ୍କ ଠାରୁ ଦୁରେଇ ରହିବା ହେଉଛି କରନା ଭୁତାଣୁ ରୋକିବାରେ ସଫଳ ଉପାୟ ।

ବିଭିନ ଧାର୍ମିକ ବିବାହ ଉତ୍ସବ ଵ୍ରତକୁ ବର୍ଜନ କରିବାକୁ ପଡିବ ଲୋକଙ୍କ ସହ କମ ମିଳାମିଶା କରିବା ବାରମ୍ବାର ହାତଧୋଇବା ଦ୍ୱାରା ଏହି ମହାମାରୀ ରୋଗ ଆକ୍ରାନ୍ତ କରେନାହି । ଏହି ମହାମାରୀ ରୋଗରୁ ରକ୍ଷା କରିବା ପାଇଁ ଜିଲ୍ଲା ରେଡ଼କ୍ରସ ତରଫରୁ ଏକ ସଚେତନା କାର୍ଯ୍ୟକ୍ରମ ପାଟଣାଗଡ଼ କଲେଜ ଛକଠାରେ ଜିଲ୍ଲା ସଂଯୋଜକ ଗୋପାଳ ବେହେରାଙ୍କ ନେତୃତ୍ୱରେ ଏକ ଟିମ ସହରରେ ଲିଫ୍ଲେଟ ବାଣ୍ଟିବା ସହ ଲୋକଙ୍କୁ ସଚେତନ କରିଥିଲେ ।

ଏହି ସଚେତନା କାର୍ଯ୍ୟକ୍ରମ ବେଳପଡ଼ା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଟିଟିଲାଗଡ଼ ଦେଇ ବଲାଙ୍ଗିରରେ ମଧ୍ୟ କରାଯିବ ବୋଲି ଜଣାଯାଇଛି ।