ଲକ୍ ଡାଉନ୍ ସମସ୍ୟା : ମାଗଣାରେ ଖାଦ୍ୟ ବଂଟନ

ପାଟଣାଗଡ,ଏନ୍ଏନ୍ଏସ୍ : ବର୍ତମାନ କରୋନା ଭୁତାଣୂ ସଂକ୍ରମଣରେ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଥିବା ବେଲେ ରାଜ୍ୟ ସରକାର ରାଜ୍ୟର ସମସ୍ତ ପଂଚାୟତରେ ଦିବ୍ୟାଙ୍ଗ,ବୟସ୍କ, ବୃଦ୍ଧା, ବୃଦ୍ଧ ଓ ଦିନ ମଜୁରିଆଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଛନ୍ତି । ଏହି ପରିପେକ୍ଷୀରେ ପାଟଣାଗଡ ଉପଖଣ୍ଡ ଉଲବା ପଂଚାୟତ ଅଧିନରେ ଆସୁଥିବା ଗାଁ’ ମାନଙ୍କର ବୃଦ୍ଧା, ବୃଦ୍ଧଙ୍କୁ ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଯୋଗାଇଦିଆଯିବ ବୋଲି ଉଲବା ଗ୍ରାମର ସରପଂଚଞ୍ଚଦମୟନ୍ତୀ ନାଏକ କହିଛନ୍ତି । ଖାଇବା ଦେବା ସମୟରେ ସାମାଜିକ ଦୁରତ୍ୱ ବଜାୟ ରହିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଉଲବା ପଂଚାୟତ ସମିତି ସଭ୍ୟା ବିଜୁଲତା ପଟେଲ, ଗୁହାଲୁ ଜୋଷୀ,ଜନକ ବିହାରୀ ବିଶ୍ୱାଲ, ମୁରଲୀ ପଟେଲ, ଶୁଶିଲ ପଟେଲ, ମନ ରାଉତଙ୍କ ସହ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।