କରୋନା ପାଇଁ ସୀମାନ୍ତ ଅଞ୍ଚଳର ପୋଲିସର ସଚେତନ ସହିତ ଯାଞ୍ଚ ଆରମ୍ଭ

ପାଟଣା,ଏନ୍ଏନ୍ଏସ୍ : କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟରେ ବାତାବରଣ ଖେଳିଯାଇଛି । ଏହାକୁ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନେଇଛି । ଗାଁ ଗାଁ ବୁଲି ଡାକବାଜି ଜନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ପାଟଣା ଥାନା ଅଧିକାରିଣୀଙ୍କ ନେତୃତ୍ୱରେ ଆଜି ଅପରାହ୍ନରେ ରାଞ୍ଚି ବିଜୟ ବାଡ଼ା ରାଜପଥ ତଥା ଉଭୟ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ସାହାରପଡା ଠାରେ ଆଉଟ ପୋଷ୍ଟ କରି ଲୋକଙ୍କୁ ସଚେତନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆକୁ ଯାଇଥିବା ଲୋକଙ୍କୁ ଏବଂ କରଞ୍ଜିଆ ପଟରୁ ଆସୁଥିବା ଲୋକଙ୍କୁ ମାକ୍ସ ପିନ୍ଧି ଆସିବା ସହିତ ଅତି ଜରୁରୀ କାମ ନଥିଲେ ଯିବା ଆସିବା କରନ୍ତୁ ନାହିଁ ବୋଲି ପାଟଣା ଥାନା ଅଧିକାରୀଣି ସନ୍ଧ୍ୟାରଣୀ ଜେନା ବୁଝାଇ ଥିଲେ ।

ଆଜି ସୁଦ୍ଧା ପାଟଣା ବ୍ଲକ ଅଞ୍ଚଳକୁ ମୋଟ ୨୪୭ ଜଣ ବ୍ୟକ୍ତି ରାଜ୍ୟ ବାହାରୁ ଫେରିଥିବା ପଞ୍ଜିକରଣ ହୋଇଥିବା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ଃ ସୁ ପ୍ରକାଶ ଶତପଥୀ ସୂଚନା ଦେଇଛନ୍ତି । କେବଳ ସଚେତନତା ମାଧ୍ୟମରେ ଏହି ମହାମାରୀକୁ ଦୁରେଇ ହେବାର ଲକ୍ଷ ନେଇ ପାଟଣା ଥାନା ଅଧିକାରିଣୀ ଆଜି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ତଥା ସାହାରପଡା ଠାରେ ଏହି ସଚେତନତା କାର୍ଯ୍ୟ କରିଛନ୍ତି। ଏପରି ସଚେତନତା କାର୍ଯ୍ୟକୁ ସଚେତନ ନାଗରିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି । କରୋନା ଭାଇରସକୁ ମୁକବିଲା କରିବା ପାଇଁ ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକୁ ଜୋରଦାର କରାଯିବ ବୋଲି ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟରାଣୀ ଜେନା କହିଛନ୍ତି ।