ନୂଆଁଖାଇଲେ ପାଟଣା ରାଜପରିବାର

ବଲାଙ୍ଗିର,ଭବାନୀପାଟଣା,ଏନ୍ଏନ୍ଏସ୍: ବଲାଙ୍ଗିରରେ ନୂଆଁଖାଇ ପାଳିତ ହୋଇଥିବାବେଳେ ପାଟଣା ରାଜ୍ୟର ମହାରାଜ ଭାବେ ବର୍ତ୍ତମାନର ମହାରାଜ କନକ ବର୍ଦ୍ଧନ ସିଂଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂଦେଓ, ଝିଅ ନିବୃତ୍ତି ଦେବୀ, ପଟ୍ଟାୟତ ସାହେବ ଅନଙ୍ଗ ଉଦୟ ସିଂଦେଓ ଏକାଠି ନବାନ୍ନ ଭକ୍ଷଣ କରିଥିଲେ। ତେବେ ଅନଙ୍ଗଙ୍କ ପୁଅ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଓ ଅର୍କେଶ ନାରାୟଣ ସିଂଦେଓ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।