ମେଡିକାଲ କର୍ମଚାରୀଙ୍କ ପରିବାରରକୁ ଆକ୍ରମଣ ; ୩ ଗୁରୁତର

ଉଖୁଣ୍ଡା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ବାରିଆ ଥାନା ଫୁଲକଁଳେଇ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁ’ କୁ କରୋନା ଆସିବା ସନେ୍ଧହ କରି ତୁରୁମୁଙ୍ଗା ମେଡିକାଲ କର୍ମଚାରୀ ହୃଦାନନ୍ଦ କାରୁଆଙ୍କ ପରିବାର ଉପରୁ ଆକ୍ରମଣ କରିଛନ୍ତି ପଡ଼ୋଶୀ । ଆକ୍ରମଣରେ ହୃଦାନନ୍ଦଙ୍କ ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହୃଦାନନ୍ଦ ମେଡିକାଲରେ କାମ କରୁଥିବାରୁ ଗାଁ’କୁ କରୋନା ଆସିବା ସନ୍ଦେହ କରି ପଡ଼ୋଶୀ ତାଙ୍କୁ ଗାଁ’ କୂଅରୁ ପାଣି ନେବାକୁ ବାରଣ କରିବା ସହିତ ଗାଁ’ ରାସ୍ତାରେ ଚାଲିବାକୁ ବାରଣ କରିଥିଲେ। ଏ ନେଇ ହୃଦାନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ହୃଦାନନ୍ଦଙ୍କ ଝିଅ ପାଣି ଆଣିବାକୁ ଯାଇଥିବା ବେଳେ ପଡ଼ୋଶୀ ବାରଣ କରି ପରିବାରର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଏନେଇ ବାରିଆ ଥାନାରେ ଅଭିଯୋଗ ପରେ ପୋଲିସ ଆକ୍ରମଣ କରିଥିବା ୩ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି।