ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଳା ପାଟଣା ରେଞ୍ଜରେ ମାଫିଆ ଓ ବନ ବିଭାଗର ମଧୁଚନ୍ଦ୍ରିକାରେ ଜଙ୍ଗଲ ଲୁଟ ହେଉଥିବା ଖବର ନୀତିଦିନରେ ଶୀର୍ଷକ ଖବର ପ୍ରକାଶିତ ପରେ ଚେଇଁ ଉଠିଛି ବନବିଭାଗ। ବୁଧବାର ବିଲମ୍ବିତ ରାତିରେ ଗୋଜାପଥର ଗ୍ରାମ୍ୟ ଜଙ୍ଗଲରୁ ୬୮ ଖଣ୍ଡ ଶାଳ ଚୌକାଠ କାଟି ଚାଲାଣ ହେଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପାଟଣା ବନ କର୍ମଚାରୀ ପହଞ୍ଚି କାଠ ଓ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର କୁ ଜବତ କରିଛି । ଜବତ ଶାଳ ଚୌକାଠ ଗୁଡିକର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପାଟଣା ରେଞ୍ଜର ପଵିତ୍ରମହନ ନାଏକ କହିଛନ୍ତି । ତେବେ ନୀତିଦିନରେ ବନ ବିଭାଗର ଅପାରଗତାକୁ ନେଇ ମାଫିଆମାନେ ଜଙ୍ଗଲ କାଟି କୋଟି କୋଟି ଟଙ୍କା କମାଉଥିବା ଖବର ପ୍ରକାଶ ପାଇଥିଲା । ଏ ସମ୍ପର୍କିତ ଖବର ପ୍ରକାଶିତ ପରେ ବନବିଭାଗ ଆକ୍ସନ ମୁଡକୁ ଆସିଛି । କିନ୍ତୁ ମାଫିଆ ଓ ଗାଡିର ଡ୍ରାଇଭରକୁ ଏ ପର୍ୟ୍ୟନ୍ତ ଧରିବାରେ ସକ୍ଷମ ହୋଇ ନଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।